Report Card Odisha

| Daily Odia News

ପରଲୋକରେ ଅଗ୍ନି-ମ୍ୟାନ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଗ୍ନି ମିଶାଇଲର ଜନକ ଭାବେ ପରିଚିତ ପ୍ରଖ୍ୟାତ ଏରୋସ୍ପେଶ୍ ବୈଜ୍ଞାନିକ ଡକ୍ଟର ରାମ ନାରାୟଣ ଅଗ୍ରୱାଲଙ୍କର ପରଲୋକ ଘଟିଛି । ୮୪ ବର୍ଷ ବୟସରେ ହାଇଦ୍ରାବାଦରେ ଏହି ପୂର୍ବତନ DRDO ବୈଜ୍ଞାନିକଙ୍କ ଦେହାନ୍ତ ହୋଇଛି। ଭାରତର ଲଙ୍ଗ ରେଞ୍ଜ ବାଲିଷ୍ଟିକ୍ ମିଶାଇଲ୍ ପ୍ରୋଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ଅଗ୍ନି ମିଶାଇଲର ପ୍ରଥମ ପ୍ରୋଗ୍ରାମ ଡାଇରେକ୍ଟର ଥିଲେ। ୧୯୮୩ ମସିହାରୁ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ ସେ ଅଗ୍ନି ମିଶାଇଲ୍ ନିର୍ମାଣର ନେତୃତ୍ୱ ନେଇଥିଲେ । ହାଇଦ୍ରାବାଦସ୍ଥିତ ଆଡଭାନ୍ସଡ ସିଷ୍ଟମ ଲାବ୍ରଟୋରି ASLର ନିର୍ଦ୍ଦେଶକ ଭାବେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ୫ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କ୍ଷମତା ଥିବା ଅଗ୍ନି-ଭି କ୍ଷେପଣାସ୍ତ୍ର ମଧ୍ୟ ବିକଶିତ ହୋଇଥିଲା ।

Breaking News