Report Card Odisha

| Daily Odia News

ଭୁବନେଶ୍ୱରରେ ୪ ଜାଗାକୁ ମିଳିଲା ରାବଣ ପୋଡି ପାଇଁ ଅନୁମତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ମିଳିଛି | ଅଗ୍ନିଶମ ବାହିନୀ ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳରେ ଥିବା ପୂଜା କମିଟିକୁ ଅନୁମତି ଦେଇଛି । ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ପୋଲିସ ଓ ଅଗ୍ନିଶମ ବାହିନୀ । ବୁଧବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡି ନେଇ ପ୍ରସ୍ତତି ସରିଥିଲା । ହେଲେ ଅଗ୍ନିଶମ ବାହିନୀ କିମ୍ବା କମିଶନରେଟ୍‌ ପୋଲିସ ପକ୍ଷରୁ କାହାରିକୁ ଅନୁମତି ଦିଆଯାଇଥିଲା । ଆଉ ଏବେ ଅଗ୍ନିଶମ ବାହିନୀର ତର୍ଜମା ପରେ ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡିକୁ ଅନୁମତି ଦେଇଛି ଅଗ୍ନିଶମ ବାହିନୀ ।

Breaking News