ରିପୋର୍ଟ କାର୍ଡ / ମୁମ୍ବାଇ
ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ “ରାଧେ’ ଏବେ ରିଲିଜ୍ ଅପେକ୍ଷାରେ । ଏହାରି ଭିତରେ“ରାଧେ’ ଫିଲ୍ମର ଗୋଟିଏ ଗୀତ ରିଲିଜ୍ ହୋଇସା । ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପୁର୍ବରୁ ରିଲିଜ୍ ହୋଇଥିବା “ସିଟି ମାର୍” ଗୀତରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଅଳ୍ପ ସମୟ ଆଗରୁ ରିଲିଜ୍ ହୋଇଥିବା ଗୀତରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଣ୍ଡିଜ୍ ଙ୍କୁ ଦେଖିବାକୁ ମିଳିଛି ।
“ରାଧେ’ ଫିଲ୍ମର ୨ ଟି ଗୀତ ରିଲିଜ୍ ହୋଇଛି | ଗୀତର ନାଁ ହେଉଛି “ଦିଲ୍ ଦେ ଦିୟା” । ଏହି ଗୀତରେ ସଲମାନ ଏବଂ ଜ୍ୟାକଲିନ୍ ଫର୍ନାଣ୍ଡିଜଙ୍କର ଖୁବ୍ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଫିଲ୍ମରେ ଜ୍ୟାକଲିନ୍ କେବଳ ଗେଷ୍ଟ ଭାବରେ ରହିଛନ୍ତି । “ଦିଲ୍ ଦେ ଦିୟା” ଗୀତରେ କମାଲ ଖାନ୍ ଏବଂ ପାୟଲ ଦେବ କଣ୍ଠ ଦାନ କରିଛନ୍ତି । ଏଥିସହିତ ଗୀତର ମ୍ୟୁଜିକ୍ ଦେଇଛନ୍ତି ହିମେଶ ରେସମିୟା । ଏଥିରେ ଜ୍ୟାକଲିନଙ୍କୁ ଭିନ୍ନ ଭିନ୍ନ କଷ୍ଟ୍ୟୁମ୍ ରେ ଦେଖିବାକୁ ମିଳିଥିବା ବେଳେ ସବୁ କଷ୍ଟ୍ୟୁମ୍ ରେ ସେ ବେଶ୍ ସୁନ୍ଦର ଦିଶୁଛନ୍ତି ।
ଫିଲ୍ମ “ରାଧେ” ରେ ଦିଶା ପଟାନୀ ଲିଡ୍ ରୋଲରେ ନଜର ଆସିବେ । ପୁର୍ବରୁ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ୍ ହୋଇଥିଲା । ସେଥିରେ ସଲମାନ ଏବଂ ଦିଶାଙ୍କୁ ଧମାଲ୍ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଫ୍ୟାନ୍ସ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ । ମାତ୍ର ୨୪ ଘଣ୍ଟାରେ ୩୦ ମିଲିୟନ୍ ଭିୟୁରୁ ଅଧିକ ସଂଖ୍ୟା କ୍ରସ୍ କରିଥିଲା ।
More Stories
ବିଶିଷ୍ଟ ତବଲା ବାଦକ ହୁସେନଙ୍କ ପରଲୋକ…..
ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ…..
ଜେଲ୍ ଗଲେ ସାଉଥ୍ସୁପରଷ୍ଟାର ଅଲ୍ଲୁ ଅର୍ଜୁନ….