ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନ ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ୱାୟନାଡ଼ ଗସ୍ତ ବାତିଲ ହୋଇଯାଇଛି। ହେଲିକପ୍ଟର ଓହ୍ଲାଇବାରେ ସମସ୍ୟାକୁ ନେଇ ଏହି ଗସ୍ତ ବାତିଲ ହୋଇଛି ବୋଲି ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ବୁଧବାର, ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କ ୱାୟନାଡ଼ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଖରାପ ପାଣିପାଗ ହେତୁ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ମିଳିନଥିଲା। ଏନେଇ ରାହୁଲ କହିଛନ୍ତି ଯେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ପରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ଖୁବ୍ ଶୀଘ୍ର ପୁଣିଥରେ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……