ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଗଣତନ୍ତ୍ର ବିପଦଗ୍ରସ୍ତ’ ବୋଲି ଲଣ୍ଡନ୍ ଭାଷଣରେ କହିଥିଲେ ବୋଲି ‘ବିଜେପି’ ଆଗତ କରିଥିବା ଅଭିଯୋଗର ଜବାବ ଦେବା ନିମନ୍ତେ ସମୟ ମାଗି ଲେଖିଥିବା ଚିଠିକୁ ବାଚସ୍ପତି ଓମ୍ ବିର୍ଲା ଉପକ୍ଷୋ କରିଥିବା କଥା ଆଜି ସାମ୍ବାଦିକ ସମ୍ମିଳନୀରେ ରାହୁଲ୍ ଗାନ୍ଧୀ କହିଛନ୍ତି। ସଂସଦରେ ତାଙ୍କୁ କାହିଁକି କହିବାକୁ ଅନୁମତି ମିଳୁନାହିଁ ବୋଲି ପଚାରାଯିବାରୁ ସେ ଏହାକୁ ଗ୍ରହଣ କରିପାରିବେ ନାହିଁ ବୋଲି ସ୍ମିତ ହସି କହିବା ସହିତ ତାଙ୍କୁ ଚା ପିଇବା ପାଇଁ ଡାକିଥିଲେ ବୋଲି ରାହୁଲ୍ କହିଛନ୍ତି। ରାହୁଲ୍ କହିଛନ୍ତି, ମୁଁ ବାଚସ୍ପତି ମହୋଦୟଙ୍କ ପ୍ରକୋଷ୍ଠକୁ ଯାଇ ପଚାରିଲି ମତେ କହିବାକୁ ଅନୁମତି ମିଳୁନି କାହିଁକି? ସେ ମୁରୁକି ହସିଲେ ଓ କହିଲେ ସେ ଅନୁମତି ଦେଇ ପାରିବେ ନାହିଁ। ତା’ପରେ ସେ ମତେ ତାଙ୍କ ସଙ୍ଗରେ ବସି ଚା ପିଇବାକୁ କହିଲେ।ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ସମର୍ଥନରେ ସଂଗ୍ରାମ କରିବାକୁ ମୁଁ ଏଠାରେ ଉପସ୍ଥିତ। ମୁଁ ସେମାନଙ୍କୁ ଡରେନା। ଭୟ ମୋ ଜାତକରେ ନାହିଁ। ଆଦାନି ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କି ସମ୍ପର୍କ ବୋଲି ମୁଁ ପଚାରୁଥିବି। ମୁଁ ମୂଳରୁ କଥା ଆରମ୍ଭ କରୁଛି। ମୁଁ ମାତ୍ର ଗୋଟିଏ ପ୍ରଶ୍ନ ପଚାରିଛି। ଆଦାନିଜୀଙ୍କ ‘ସେଲ୍ କମ୍ପାନି’ରେ ଥିବା ୨୦,୦୦୦ କୋଟି ଟଙ୍କା କାହାର |ଏ ଟଙ୍କା ତାଙ୍କର ନୁହେଁ। ଆଦାନିଜୀଙ୍କର ବ୍ୟାବସାୟିକ ଭିତ୍ତିଭୂମି ଅଛି କିନ୍ତୁ ସେଥିରେ ବିନିଯୋଗ ହୋଇଥିବା ଅର୍ଥ ଅନ୍ୟ କାହାର। ମୁଁ ଗଣମାଧ୍ୟମରୁ ରିପୋର୍ଟରୁ ସୂଚନା ସଂଗ୍ରହ କରିଛି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..