Report Card Odisha

| Daily Odia News

ସୋନିଆଙ୍କୁ ଇଡି ଜେରା କରିବାକୁ ବିରୋଧ କରି କଂଗ୍ରେସ ବିରୋଧ ପ୍ରଦର୍ଶନ…..

ରିପୋର୍ଟ କାର୍ଡ / ‌ନୂଆଦିଲ୍ଳୀ

‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ ଆଜି ଦ୍ବିତୀୟ ଥର ଜେରା ପାଇଁ ଇଡି ଡାକିଥିବା ବେଳେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ବି ଯାଇଥିବାର ଦେଖିବାକୁ ମିଳିଥିଲେ। ସୋନିଆ ଗାନ୍ଧୀଙ୍କ ଜେରାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ‘ସଂସଦ ଟୁ ସଡ଼କ’ ଶୀର୍ଷକ ଏକ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଏଥିରେ ରାହୁଲ ନେତୃତ୍ବ ନେଇଥିବାର ନଜରକୁ ଆସିଥିଲେ।  ବିରୋଧ ପ୍ରଦର୍ଶନ ସମୟରେ ରାହୁଲଙ୍କୁ ପୋଲିସ ବିଜୟ ଛକ ନିକଟରେ ଅଟକ ରଖିଥିବା ସୂଚନା ମିଳିଛି । ୨୧ ତାରିଖରେ ପ୍ରଥମ ଥର ଜୋରା ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ। ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ହଟ୍ଟଗୋଳ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା କରି ପୋଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Breaking News