ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ୍ ଗାନ୍ଧୀ ଆଧୁନିକ ଭାରତର ମହାତ୍ମା ଗାନ୍ଧୀ | ଛତିଶଗଡ଼ର କଂଗ୍ରେସ ନେତା ତଥା ବିଧାୟକ ଅମିତେଶ ଶୁକ୍ଳା ଏଭଳି କହି ପ୍ରଶଂସା କରିଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଶୁକ୍ଳା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି, ରାହୁଲ୍ ଗାନ୍ଧୀ ହେଉଛନ୍ତି ଆଧୁନିକ ଭାରତର ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀଙ୍କର ତାଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି। ରାହୁଲ୍ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଇଥିବା ବେଳେ ମହାତ୍ମା ଗାନ୍ଧୀ ଦାଣ୍ଡିଯାତ୍ରାର ନେତୃତ୍ବ ନେଇଥିଲେ। ରାହୁଲ୍ ଗାନ୍ଧୀଙ୍କୁ ଶୁକ୍ଳା ‘ରାଷ୍ଟ୍ରୀୟ ପୁତ୍ର’ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବୁଝିବିଚାରି ଏଭଳି ମନ୍ତବ୍ୟ ଦେଉଛି। ମୁଁ ସ୍ବାଧୀନତା ସଂଗ୍ରାମୀ ପରିବାରର ପିଲା। ମୋ ବାପା (ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମଚରଣ ଶୁକ୍ଳା) ଏବଂ ଦାଦାଙ୍କ (ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଚରଣ ଶୁକ୍ଳ) ଠାରୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯାହା ଶୁଣିଛି, ମୋର ମନେହୁଏ ମହାତ୍ମା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କେତେଗୁଡ଼ିଏ ସାମଞ୍ଜସ୍ୟ ଅଛି। ସେ ପୁଣି କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ପାରି ଥାଆନ୍ତେ, କିନ୍ତୁ ହେଲେ ନାହିଁ। ସେହିପରି, ରାହୁଲ୍ ଗାନ୍ଧୀ ୨୦୦୪ ଓ ୨୦୦୮ରେ ପ୍ରଧାନମନ୍ତ୍ରୀ ହୋଇ ପାରିଥାଆନ୍ତେ, କିନ୍ତୁ ହେଲେ ନାହିଁ। ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରାରେ ଅନେକ ବାଟ ଚାଲିଲା ପରି ରାହୁଲ୍ ମଧ୍ୟ ଭାରତ ଯୋଡ଼ୋ ଯାତ୍ରାରେ ଅନେକ ବାଟ ଚାଲି ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଛନ୍ତି। ସତ୍ୟ ଅସ୍ତ୍ର ବଳରେ ମହାତ୍ମା ଗାନ୍ଧୀ ‘ବ୍ରିଟିସ୍ ସାମ୍ରାଜ୍ୟ’ର ଅବସାନ ଘଟାଇବା ପରି ରାହୁଲ୍ ଗାନ୍ଧୀ ମଧ୍ୟ ନିର୍ଭୟରେ ସତ୍ୟ କହନ୍ତି। ଆଦାନି ସେୟାର୍ ମାମଲାର ଦୃଷ୍ଟାନ୍ତ ଦେଇ ଶୁକ୍ଳା ରାହୁଲ୍ଙ୍କ ସତ୍ୟବାଦିତା କଥା କହିଛନ୍ତି।
ଶୁକ୍ଳାଙ୍କ ବିବୃତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ବିଜେପି’ ସାଂସଦ ସନ୍ତୋଷ ପାଣ୍ଡେ କହିଛନ୍ତି ଯେ, ଛତିଗଡ଼ କଂଗ୍ରେସର ବିଦ୍ୟାବୁଦ୍ଧି ଲୋପ ପାଇଲାଣି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..