Report Card Odisha

| Daily Odia News

ରାହୁଲଙ୍କୁ ହିନ୍ଦୁ ଧର୍ମରୁ ସାର୍ବଜନିକ ରୂପରେ ବହିଷ୍କୃତ !…..

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ ସରସ୍ଵତୀ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି। ରାହୁଲ ଏବେ ହିନ୍ଦୁ ଧର୍ମର ଅଂଶ ନାହାନ୍ତି, ତାଙ୍କୁ ହିନ୍ଦୁ ଧର୍ମରୁ ସାର୍ବଜନିକ ରୂପରେ ବହିଷ୍କୃତ କରାଯାଇଥିବା ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ ଘୋଷଣା କରିଛନ୍ତି। ବଦ୍ରିନାଥସ୍ଥିତ ଶଙ୍କରାଚାର୍ଯ୍ୟ ଆଶ୍ରମରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦରେ ମନୁସ୍ମୃତିକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାଦ୍ଵାରା ସମ୍ପୂର୍ଣ୍ଣ ସନାତନ ଧର୍ମାବଲମ୍ବୀଙ୍କୁ ଆଘାତ ମିଳିଛି। ରାହୁଲ ସଂସଦରେ କହିଥିଲେ ବଳାତ୍କାରୀଙ୍କୁ ବଞ୍ଚାଇବାର ସୂତ୍ର ସମ୍ବିଧାନରେ ନାହିଁ, ବରଂ ଆପଣଙ୍କ ପୁସ୍ତକ ଅର୍ଥାତ ମନୁସ୍ମୃତିରେ ଲେଖା ହୋଇଛି। ରାହୁଲଙ୍କ ଏପରି ମନ୍ତବ୍ୟ ପରେ ତାଙ୍କୁ ୩ ମାସ ପୂର୍ବେ ନୋଟିସ ପଠାଯାଇଥିଲା। ରାହୁଲ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ମନୁସ୍ମୃତିରେ କେଉଁଠି ଲେଖାଯାଇଛି ବୋଲି ତାହାର ଉତ୍ତର ରଖିବାକୁ ନୋଟିସରେ କୁହାଯାଇଥିଲା। କିନ୍ତୁ ୩ମାସ ପରେ ବି ରାହୁଲ ଗାନ୍ଧୀ କୌଣସି ଉତ୍ତର ଦେଇ ନ ଥିଲେ କି କ୍ଷମାପ୍ରାର୍ଥନା ବି କରି ନ ଥିଲେ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ବାରମ୍ବାର ହିନ୍ଦୁ ଧର୍ମଗ୍ରନ୍ଥର ଅପମାନ କରେ ଏବଂ ସ୍ପଷ୍ଟୀକରଣ ଦେବାକୁ ପଛଘୁଞ୍ଚା ଦିଏ, ସେତେବେଳେ ତା’କୁ ହିନ୍ଦୁ ଧର୍ମରେ ସ୍ଥାନ ଦିଆଯାଇପାରିବ ନାହିଁ। ବର୍ତ୍ତମାନ ରାହୁଲଙ୍କୁ ମନ୍ଦିର ପ୍ରବେଶରେ ବିରୋଧ କରାଯିବା ଦରକାର ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି। ରାହୁଲ ନିଜକୁ ହିନ୍ଦୁ କହିବାର ଅଧିକାର ହରାଇଥିବାରୁ ତାଙ୍କର କୌଣସି ପୂଜା ନ କରିବାକୁ ଶଙ୍କରାଚାର୍ଯ୍ୟ ପୂଜକମାନଙ୍କୁ ଅନୁରୋଧ କରିଛନ୍ତି।

Breaking News