ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣିଥରେ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସରକାର କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଯେଉଁମାନେ ତାଙ୍କର ଅଧିକାର ପାଇଁ ଲଢୁଛନ୍ତି । ସରକାର ସେହିମାନଙ୍କ ପାଇଁ ସୀମାରେ କଣ୍ଟା ପୋତିଛି ଯେଉଁମାନଙ୍କ ପୁଅ ସୀମାରେ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ରାହୁଲ ହିନ୍ଦୀରେ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ମାସରେ ଦିଲ୍ଲୀ ପୋଲିସ ଗାଜିପୁର(ଦିଲ୍ଲୀ-ଉତ୍ତର ପ୍ରଦେଶ) ସୀମା ଓ ଟିକ୍ରି(ଦିଲ୍ଲୀ-ହରିୟାଣା) ସୀମାରେ ବାରିକେଡ, ସିମେଣ୍ଟ ବାରିକେଡ କରି ଆନ୍ଦୋଳନରତ କୃଷକଙ୍କ ଯାଆ ଆସରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା ।
More Stories
RBIର ଡେପୁଟି ଗଭର୍ନର ପୁନମ ଗୁପ୍ତା…..
୪ ରେ ବ୍ୟାଙ୍କକ୍ ଯିବେ ପ୍ରଧାନମନ୍ତ୍ରୀ…..
ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ଯିବେ ଦିଲ୍ଲୀ…..