ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣିଥରେ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସରକାର କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଯେଉଁମାନେ ତାଙ୍କର ଅଧିକାର ପାଇଁ ଲଢୁଛନ୍ତି । ସରକାର ସେହିମାନଙ୍କ ପାଇଁ ସୀମାରେ କଣ୍ଟା ପୋତିଛି ଯେଉଁମାନଙ୍କ ପୁଅ ସୀମାରେ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ରାହୁଲ ହିନ୍ଦୀରେ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ମାସରେ ଦିଲ୍ଲୀ ପୋଲିସ ଗାଜିପୁର(ଦିଲ୍ଲୀ-ଉତ୍ତର ପ୍ରଦେଶ) ସୀମା ଓ ଟିକ୍ରି(ଦିଲ୍ଲୀ-ହରିୟାଣା) ସୀମାରେ ବାରିକେଡ, ସିମେଣ୍ଟ ବାରିକେଡ କରି ଆନ୍ଦୋଳନରତ କୃଷକଙ୍କ ଯାଆ ଆସରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା ।






More Stories
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……