ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ବିତର୍କରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି | କହିଛନ୍ତି ଆପଣ ମଣିପୁରରେ ଭାରତକୁ ହତ୍ୟା | ସରକାର ଏହି ଉତ୍ତରପୂର୍ବ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଅଳ୍ପ ଦିନ ତଳେ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଯାଇ ନ ଥିଲେ। ଆଜି ପର୍ଯ୍ୟନ୍ତ ବି ଯାଇ ନାହାନ୍ତି। ତାଙ୍କ ଦୃଷ୍ଟିରେ ମଣିପୁର ଭାରତ ନୁହେଁ। ରାହୁଲ୍ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବିଶ୍ବାସଘାତକ। ମଣିପୁରରେ ଭାରତକୁ ହତ୍ୟା କରିଥିବାରୁ ସେ ଜାତୀୟତାବାଦୀ ନୁହନ୍ତି। ମୋଦୀଙ୍କୁ ରାବଣ ସଙ୍ଗେ ତୁଳନା କରି ରାହୁଲ୍ କହିଛନ୍ତି, ସେ ରାବଣ ପରି ଅହଙ୍କାରୀ। ରାବଣଙ୍କ ଅହଙ୍କାର ଯୋଗୁଁ ହିଁ ପ୍ରଭୁ ହନୁମାନ ଲଙ୍କା ପୋଡ଼ିଥିଲେ। ରାବଣ ରାମଙ୍କଦ୍ବାରା ନୁହେଁ ନିଜ ଅହଙ୍କାରଦ୍ବାରା ନିହତ ହୋଇଥିଲେ। ଗୁରୁତ୍ବାରୋପ କରି ରାହୁଲ୍ ଗାନ୍ଧୀ କହିଛନ୍ତି, ଦିନକ ଭିତରେ ଭାରତୀୟ ସେନା ମଣିପୁରକୁ ଶାନ୍ତି ଫେରାଇ ଆଣିପାରିବ। କିନ୍ତୁ, ସରକାର ସେନାର ସେବା ବ୍ୟବହାର କରୁନାହାନ୍ତି। ଆପଣ ହରିୟାଣାରେ ମଧ୍ୟ ଏକା କଥା କରୁଛନ୍ତି ବୋଲି ସାମ୍ପ୍ରଦାୟିକ ସଂଘର୍ଷରେ ପ୍ରାଣ ହରାଇଥିବା ୬ଜଣ ବ୍ୟକ୍ତିଙ୍କ କଥା ଉଠାଇ ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ପ୍ରଥମେ ମଣିପୁର, ଏବେ ହରିୟାଣା, ଏମିତି ଆପଣ ସମଗ୍ର ଦେଶରେ ନିଆଁ ଲଗାଇବାକୁ ଚାହାଁନ୍ତି ବୋଲି ରାହୁଲ୍ ପ୍ରଧାମନ୍ତ୍ରୀ ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..