ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧି ଛତିଶଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଳାସପୁରରେ ରାଜ୍ୟ ସରକାରଙ୍କ ‘ଆୱାସ ନ୍ୟାୟ ସମ୍ମିଳନୀ’ରେ ଯୋଗ ଦେଇ ରାହୁଲ କହିଛନ୍ତି, କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ। ଜାତିଗତ ଜନଗଣନା ହେଉଛି ଦେଶର ଏକ୍ସ-ରେ। ଏହା ପ୍ରତି ରାଜ୍ୟର ଜନସଂଖ୍ୟାଙ୍କ ତଥ୍ୟା ପ୍ରଦାନ କରିବ। କଂଗ୍ରେସ କ୍ଷମତାରେ ଥିବାବେଳେ ଯେଉଁ ଜାତିଗତ ଜନଗଣନା କରିଥିଲା ସେ ସଂକ୍ରାନ୍ତ ତଥ୍ୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଇନାହାନ୍ତି କାହିଁକି। ପ୍ରଧାନମନ୍ତ୍ରୀ ଯେଉଁଠିକି ଯାଉଛନ୍ତି ଓବିସି ସଂକ୍ରାନ୍ତରେ କହୁଛନ୍ତି। କଂଗ୍ରେସ ଜାତିଗତ ଜନଗଣନା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ତଥ୍ୟ ଲୁଚାଇବାକୁ ଚାହାନ୍ତି। ରାହୁଲ କହିଛନ୍ତି, ଯେତେବେଳେ ବି ମୁଁ ଜାତିଗତ ଜନଗଣନା କଥା କହିଛି ସେ ସମୟରେ ମତେ ଘଉଡ଼ାଯାଇଛି। ସରକାର ସାଂସଦ ଏବଂ ବିଧାୟକଙ୍କ ବଦଳରେ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ବାରା ପରିଚାଳିତ ହେଉଛି। ରାହୁଲ କହିଛନ୍ତି, ଦେଶରେ ୯୦ ସଚିବଙ୍କ ମଧ୍ୟରୁ କେବଳ ୩ ଜଣ ହେଉଛନ୍ତି ଓବିସି। ଏହି ୩ ଜଣ ହିଁ ଦେଶର ୫ ପ୍ରତିଶତ ବଜେଟ୍ ନିୟନ୍ତ୍ରଣ କରୁଛନ୍ତି। ଯଦି ଆମେ ଓବିସି, ଦଳିତ, ଆଦିବାସୀ ଏବଂ ମହିଳାଙ୍କୁ ସାମିଲ କରିବାକୁ ଚାହିବା ତେବେ ଜାତିଗତ ଜନଗଣନା କରିବାକୁ ପଡ଼ିବ। ରାହୁଲ କହିଛନ୍ତି, ଆମେ ପୁଣିଥରେ ନିର୍ବାଚିତ ହେଲେ ଆମର ପ୍ରଥମ କାର୍ଯ୍ୟ ରହିବ ଜାତିଗତ ଜନଗଣନା।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..