ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ରବିବାର ଦଳାଚକଟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ମୁଁ ଓଡ଼ିଶା ସରକାରଙ୍କୁ ରିଲିଫ କାର୍ଯ୍ୟକୁ ତ୍ୱରାନି ତ କରିବାକୁ ନିବେଦନ କରୁଛି ଏବଂ କଂଗ୍ରେସ କର୍ମୀମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଏହି ଦୁଃଖଦ ଘଟଣା ଏକ ଗମ୍ଭୀର ଚେତାବନୀ। ଏତେ ବଡ଼ ଘଟଣାରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରସ୍ତୁତି ଗମ୍ଭୀରତାର ସହିତ ପ୍ରସ୍ତୁତ ଏବଂ ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହି ଦାୟିତ୍ୱରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..