Report Card Odisha

| Daily Odia News

ଡିଏନ ଗ୍ରୁପରେ ଆଜି ବି ଆଇଟି ରେଡ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି | ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ସରିଛି।  ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି। ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି।

Breaking News