ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରିଛି। ତେବେ ଖଣି ମାଲିକ ଶକ୍ତିରଞ୍ଜନ ଦାସଙ୍କ ଘରେ ଇଡି ଚଢାଉ କରିଛି। ତାଙ୍କ କମ୍ପାନୀ ରହିଛି ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ । ବେଆଇନ୍ ଆର୍ଥିକ କାରବାର ନେଇ ହିମାଚଳପ୍ରଦେଶ ପୁଲିସ୍ ନିକଟରେ ଏକ ମାମଲା ରୁଜ୍ଜୁ ହେବା ପରେ ଇଡି ସିମଲା ଜୋନାଲ ଅଫିସ ପକ୍ଷରୁ ରେଡ୍ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଇଣ୍ଡିଆନ୍ ଟେକ୍ନୋମାକ୍ କମ୍ପାନୀ ଲିମିଟେଡ୍ ହିମାଚଳପ୍ରଦେଶର ଏକ କମ୍ପାନୀ ଜାଲ୍ କାଗଜ ପତ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କା ରୁଣ ନେଇଥିଲେ। ଯେଉଁ ଋଣ ଟଙ୍କା ମଧ୍ୟରୁ ଶକ୍ତିରଞ୍ଜନ ଦାସ ଙ୍କ ନିକଟକୁ ପାଖାପାଖି ୫୯.୮୦ କୋଟି ଟଙ୍କା ଆସିଥିଲା। ତାଙ୍କଠାରୁ ଏବେ ସୁଦ୍ଧା ୧୩ ଲକ୍ଷ ଟଙ୍କା ଏବଂ ୧ କୋଟି ୧୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯିବା ସହ ଦୁଇଟି ବ୍ୟାଙ୍କ ଲକର୍ ଠାବ କରାଯାଇଛି।
More Stories
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……