ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ ଯାତ୍ରୀଙ୍କୁ ମିଳିବ ଅସ୍ବସ୍ତି | ଟ୍ରେନ ଭଡା କମିବା ସହିତ ଲାଗିଥିବା ସ୍ୱତନ୍ତ୍ର ଟ୍ରେନ୍ ଟ୍ୟାଗ୍ ହଟିବ ବୋଲି ସୂଚନା ମିଳିଛି | କରୋନା ସମୟରେ ସ୍ୱତନ୍ତ୍ର ନାମରେ ଟ୍ରେନ ଚଳାଚଳ କରି ଯାତ୍ରୀମାନଙ୍କ ଠାରୁ ଭାରତୀୟ ରେଳବାଇ ଅଧିକ ଭଡ଼ା ନେଉଥିଲା। ଏହାକୁ ଯାତ୍ରୀ ଓ ଅନ୍ୟ ମହଲରେ ତୀବ୍ର ବିରୋଧ କରାଯାଉଥିଲା। ବିରୋଧ ପରେ ରେଳ ବୋର୍ଡ ଶୁକ୍ରବାର ଦିନ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେଲ୍ ଏବଂ ସ୍ପେସାଲ ଟ୍ରେନ୍ରେ ସ୍ପେସାଲ ଟ୍ୟାଗ୍ ଲଗାଇ ଯେଉଁ ଟ୍ରେନଗୁଡ଼ିକ ଚଳାଯାଉଥିଲା ତାହାକୁ ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି। ଏଥିସହିତ ତୁରନ୍ତ ଟିକଟ ମୂଲ୍ୟ ମହାମାରୀ ପୂର୍ବସ୍ତରକୁ କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ଜନିତ ଲକଡାଉନ୍ କୋହଳ ହେବା ପରେ ରେଳବାଇ କେବଳ ସ୍ପେସାଲ ଟ୍ରେନ ଚଲାଇ ଆସୁଛି। ପ୍ରଥମେ ଦୂରଗାମୀ ଟ୍ରେନରୁ ଏହି ସେବା ଆରମ୍ଭ ହୋଇଥିବାବେଳେ ପରେ ଏହାକୁ ଅଳ୍ପ ଦୂରତା ମଧ୍ୟରେ ମଧ୍ୟ ଲାଗୁ କରାଯାଇଥିଲା। ଯାତ୍ରାକୁ ନିରୁତ୍ସାହିତ କରିବା ପାଇଁ ଟ୍ରେନ ଭଡ଼ାକୁ ଅଧିକ କରାଯାଇଥିଲା। ତେବେ ରେଳ ଜୋନ୍ ଗୁଡ଼ିକୁ ଶୁକ୍ରବାର ରେଳ ବୋର୍ଡ ଏକ ଚିଠି ଲେଖିଛି। ଏଥିରେ ଦର୍ଶାଯାଇଛି ଯେ ଟ୍ରେନଗୁଡ଼ିକ ସେମାନଙ୍କର ନିୟମିତ ନମ୍ବରରେ ଚାଲିବ ଏବଂ ଭଡ଼ା କରୋନା ପୂର୍ବସ୍ଥରକୁ ଫେରିବ। ଉଲ୍ଲେଖଯୋଗ୍ୟ କରୋନା ପାଇଁ ସବୁ ନିୟମିତ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ମେଲ୍ ସ୍ପେସାଲ, ଏକ୍ସପ୍ରେସ୍ ସ୍ପେସାଲ ଏବଂ ହଲିଡେ ସ୍ପେସାଲ ଟ୍ରେନ ଭାବେ ଚଳାଯାଉଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..