ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାକୁ ବଢ଼ି ଚାଲିଛି ରେଳ ଅନୁଦାନ। ୨୦୨୩-୨୪ରେ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ଲାଗି ୧୦ ହଜାର ୧୨ କୋଟି ଟଙ୍କା ମିଳିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ବଜେଟ୍ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନୂଆ ରେଳ ଟ୍ରାକ୍ ବିଛାଇବା ପାଇଁ ଆଗାମୀ ଦିନରେ ୫୨ ହଜାର ୧୮୯ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏହାଛଡ଼ା ରାଜ୍ୟର ୫୮ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକାଶ କରାଯିବ। ଏହାଛଡ଼ା ରେଳ ନିରାପତ୍ତା ସୁନିଶ୍ଚିତ କରିବାକୁ ଅଧିକରୁ ଅଧିକ ଟ୍ରେନରେ କବଚ ଜ୍ଞାନକୌଶଳ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରେଳମନ୍ତ୍ରୀ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……