ରିପୋର୍ଟ କାର୍ଡ / କଟକ
ନୂଆ ରୂପ ନେଇଛି କଟକ ରେଳ ଷ୍ଟେସନ୍। ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି କଟକ ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ। ଶିଖରପୁର ପଟ ୩ ନମ୍ବର୍ ଗେଟ୍ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଯାହା ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହ ଯୋଡୁଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ଷ୍ଟେସନରୁ ଓହ୍ଲାଇ ସିଧାସଳଖ ରାଜପଥରୁ ବସ୍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଅତ୍ୟାଧୁନିକ ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ୪ଟି ଟିକେଟ କାଉଣ୍ଟର ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ସ୍ୱତନ୍ତ୍ର କାଉଣ୍ଟର। ଷ୍ଟେସନ ପରିସରରେ ଅତ୍ୟାଧୁନିକ ଲିଫ୍ଟ୍ ସହ ଏସ୍କାଲେଟର ସୁବିଧା ରହିଛି। ଏଣେତେଣେ ଆବର୍ଜନା ପକାଇଲେ ୨୦୦ ଟଙ୍କା, ଛେପ ପକାଇଲେ ୩୦୦ ଏବଂ ପରିସ୍ରା କଲେ ୪୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଧୂମ୍ରପାନ କଲେ ୨୦୦ ଟଙ୍କା ଏବଂ କାନ୍ଥ ଖରାପ କଲେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କା ବ୍ୟୟ ହୋଇଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……