ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ‘ରାଜ ଭବନ’ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାରକୁ ହଟାଇବା ପାଇଁ ଏହା ବିରୋଧୀଙ୍କ ଷଡଯନ୍ତ୍ର, କଂଗ୍ରେସ ତାଙ୍କ ସହ ଅଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ରାଜ୍ୟପାଳଙ୍କ ନିଷ୍ପତ୍ତି ସାମ୍ବିଧାନିକ ବିରୋଧୀ ବୋଲି ସିଦ୍ଧରମୈୟା କହିଛନ୍ତି। ସିଦ୍ଧରମୈୟା କହିଛନ୍ତି, “ପୂରା କ୍ୟାବିନେଟ୍ ଏବଂ ହାଇ କମାଣ୍ଡ ମୋ ସହ ଅଛନ୍ତି। ସମସ୍ତ ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟମାନେ ମଧ୍ୟ ମୋ ସପକ୍ଷରେ ଅଛନ୍ତି। ମୁଁ କୌଣସି ଭୁଲ୍ କରିନାହିଁ। ଗଣତନ୍ତ୍ର ଦ୍ୱାରା ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଜେପି, ଜେଡି (ଏସ) ଏବଂ ଅନ୍ୟମାନନଙ୍କର ଏହା ଷଡ଼ଯନ୍ତ୍ର। ଦରକାର ପଡିଲେ ଆମେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୁଦ୍ଧରେ କୋର୍ଟରେ ଚ୍ୟାଲେଞ୍ଜ କରିବୁ।” ପ୍ରକାଶ ଥାଉକି, ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ଘୋଟାଲା କରିଛନ୍ତି, ଏହି ଦୁର୍ନୀତିରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାରୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଆଜି ରାଜ୍ୟପାଳ ମାକଦ୍ଦମା ପାଇଁ ଅନୁମତି ଦେବା ସହ ଆବେଦନକାରୀଙ୍କୁ ଦିନ ୩ଟାରେ ‘ରାଜ ଭବନ’ରେ ଭେଟିବାକୁ କହିଥିଲେ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……