Report Card Odisha

| Daily Odia News

ସଜବାଜ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶର ବାର ମାସରେ ତେର ପର୍ବ | ତା ଭିତରୁ ରଜ ପର୍ବ ଅନ୍ୟତମ |  ରଜ ପର୍ବ ହେଉଛି ଓଡିଶା ଏକ କୃଷି ଭିତ୍ତିକ ପର୍ବ | ରଜ ସଂକ୍ରାନ୍ତିକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ | ପୁରପଲ୍ଲୀରେ ଧୁମରେ ପାଳନ କରାଯାଏ ରାରଜ ପର୍ବର। ରଜ ପାଞ୍ଚଦିନ କିନ୍ତୁ ସାଧାରଣତଃ ୪ ଦିନ ପାଳନ କରାଯାଏ | ଆଜି ସଜବାଜ । ସଜବାଜ ଦିନ ଝିଅ ମାନେ ସଜବାଜ ହୋଇଥାନ୍ତି | ହାତରେ ମେହେନ୍ଦି ଓ ପାଦରେ ଅଳତା, ମଥାରେ କୁଙ୍କୁମ ତାପରେ ସଜେଇ ହୋଇଥାନ୍ତି । ଏହି ଗଣ ପର୍ବରେ ଘରେଘରେ ପିଠାପଣା ପ୍ରସ୍ତୁତ ହେବା ସହ ଝିଅମାନେ ରଜ ଦୋଳିର ମଜା ନେବା ପାଇଁ ପ୍ରସ୍ତୁତି ଆରମ୍ଭ କନ୍ତି । ସେହିପରି ଗାଁ ଗାଁରେ ତାସ, ପାଲି, ଓ କବାଡି ଖେଳର ଆସର ମଧ୍ୟ ଜମିବ । କାରଣ ଦୀର୍ଘ ଦୁଇ ବର୍ଷ ହେବ କରୋନା ପାଇଁ ରଜ ଫିକା ପଡିଥିଲା | କିନ୍ତୁ ଚଳିତ ବର୍ଷ ରଜ ବହୁତ ଖୁସି ହସିରେ କଟିବ | ଆସନ୍ତା କଲି ହେଉଛି ପହିଲି ରଜ |

Breaking News