ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ | ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି | ଏନେଇ ଆଜି ଉପବାଚସ୍ପତି ରଜନୀକାନ୍ତ ସିଂହ ଘୋଷଣା କରିଛନ୍ତି । ବିକ୍ରମ କେଶରୀଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ | ସେ ଭଞ୍ଜନଗର ରୁ ୬ ଥର ନିର୍ବାଚିତ ହୋଇଥିଲେ | ପୂର୍ବରୁ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ | ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି | ଉଲ୍ଲେଖ ଯୋଗ୍ୟ ଗତ ୧୦ ତାରିଖରେ ନାମାଙ୍କନ ଭରିଥିଲେ ବିକ୍ରମ ଆରୁଖ । ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଗହଣରେ ଯାଇ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିତ ଅନ୍ୟ କେହି ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ନାମାଙ୍କନ କରିନଥିଲେ । ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……