ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ବନ୍ଧା ହେଲେ କଂଗ୍ରେସ ନେତା ରାଜା ପାଟେରିୟା | ମଧ୍ୟପ୍ରଦେଶ ଦମୋହର ହଟ୍ଟାରୁ ତାଙ୍କୁ ଗିରଫ କରାଯାଇଛି । ରାଜା ପଟେଲଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ସେଥିରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହତ୍ୟା କଥା ଏବଂ ପରେ ସେ କଥାକୁ ଓଲଟାଇ ଦେଇଥିଲେ । ତାଙ୍କ କହିବା ଉଦ୍ଦେଶ୍ୟ ହେଲା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ ହରାଅ । ଖାଲି ଏତିକି ନୁହେଁ ସେ କହିଥିଲେ ଏହା କଥା କହିବା ଫ୍ଲୋରେ ଆସିଥିଲା ଭାରି । ଭିଡ଼ିଓରେ ଦେଖାଯାଉଛି, ରାଜାପାଟେରିୟା କିଛି କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରୁଛନ୍ତି । ସେ କହୁଛନ୍ତି, “ମୋଦୀ ନିର୍ବାଚନ ସାରିଦେବା, ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ବଣ୍ଟନ କରିଦେବେ, ଦଳିତ ନିଷ୍ପେସିତ ଆଦିବାସୀ ଏବଂ ଅଳ୍ପସଂଖ୍ୟକ ଜୀବନ ବିପଦରେ ପାକାଇଦେବେ, ଯଦି ସମ୍ବିଧାନକୁ ବଞ୍ଚାଇବାର ଅଛି ତେବେ ମୋଦୀଙ୍କ ହତ୍ୟା କରିବା ଦରକାର ।” ପରେ କହିଛନ୍ତି ହତ୍ୟା ମାନେ ହାରିବା । ଏହି ଭିଡ଼ିଓ ଭାଇରାଲ ହେବା ପରେ ପାଟେରିୟା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ମୋଦୀଙ୍କ ହତ୍ୟା ମାନେ ମୋଦୀଙ୍କୁ ହରାଯାଉ । ହତ୍ୟା ଶବ୍ଦଟି ପାଟିରୁ ଫ୍ଲୋ ହୋଇଗଲା । ହେଲେ ଏହି ଭିଡ଼ିଓ ଯିଏ ସୁଟ କରିଛି ସିଏ କେବଳ ଏହାକୁ ହିଁ ଫୋକସ କରିଛି । ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଏଡିଟ କରାଯାଇଛି, ହେଲେ ମୋ କହିବାର ଅର୍ଥ ତାହା ନଥିଲା ।”






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..