ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରେ ୫ଟି ମଦ ଦୋକାନ ଉପରେ ଚଢ଼ାଉ କରିଛି ବିଏମସି । ଜେଡିସି ପୁରନ୍ଦର ନନ୍ଦଙ୍କ ନେତୃତ୍ୱରେ ସମସ୍ତ ଦୋକାନ ସିଲ୍ କରାଯାଇଛି । ଅଫ ଲାଇନରେ ମଦ ବିକ୍ରି କରାଯାଉଥିବାବେଳେ ବିଏମସି ରେଡ୍ କରିଥିଲା । ଦୋକାନୀଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ କୋଭିଡ଼ ନିୟମ ଉଲଙ୍ଘନ କରୁଥିବା ଯୋଗୁଁ ଦୋକାନ ସିଲ୍ କଲା ବିଏମସି। ବିଏମସି ଟିମ ପହଞ୍ଚିବା ବେଳକୁ ଅନେକ ଗ୍ରାହକ ଟଙ୍କା ଦେଇ ମଦ କିଣୁଥିଲେ । କିଛି ଗ୍ରାହକ ଏନ୍ ଫୋର୍ସ ମେଣ୍ଟ ଟିମଙ୍କୁ ଦେଖି ବାଇକ୍, ଜୋତା ଛାଡି ଭୟରେ ଦୌଡ଼ି ପଳାଇଥିଲେ । ଏହିଭଳି ଭାବେ ଡମଣା, ରସୁଲଗଡ଼, ଜୟଦେବବିହାର, ନୀଳାଦ୍ରି ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା ପାଞ୍ଚଟି ମଦ ଦୋକାନକୁ ସିଲ୍ କରିଛି ବିଏମସି । ସିଲ୍ ହୋଇଥିବା ସବୁ ଦୋକାନୀଙ୍କଠାରୁ ହେଭି ଫାଇନ ଆଦାୟ ହେବ ବୋଲି ଜେଡ଼ିଶୀ କହିଛନ୍ତି । ଏହି ଦୋକାନୀ ମାନେ କେବଳ ଅନ ଲାଇନ୍ ରେ ମଦ ବିକିବା କଥା । ଏମାନେ ଜମାଟୋ ଓ ସ୍ଵିଗି ବୟକୁ ମଦ ବିକିବା କଥା । କିନ୍ତୁ ଏମାନଙ୍କୁ ନଦେଇ ଅଫ ଲାଇନ୍ ବା ନଗଦ ଟଙ୍କା ଦେଉଥିବା ଗ୍ରାହକଙ୍କୁ ଏହି ମଦ ଦୋକାନୀମାନେ ମଦ ବିକୁଥିଲେ । ଖାଲି ଏତିକି ନୁହେଁ ପ୍ରକୃତ ମଦ ଦାମଠୁ ବହୁ ଅଧିକ ଟଙ୍କାରେ ଦୋକାନୀ ବିକ୍ରି କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତକାଲି ଅଶୋକନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଦୋକାନକୁ ସିଲ କରିଥିଲା ପୋଲିସ । ଏହାସହିତ ପୁରୀ ରୋଡରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କଠାରୁ ଜରିମନା ଆଦାୟ କରିଥିଲା ପୋଲିସ। ବାପୁଜୀ ନଗରରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ ସିଲ୍ କରାଯାଇଥିଲା । ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ବରରେ ହ୍ରାସ ପାଉନଥିବାରୁ ବିଏମସି ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….