ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । ଏହି ତାଲିକାରେ ରହିଛନ୍ତି – ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳର ଉପଅଧିନାୟକ ଅଛନ୍ତି । ସେହିପରି ଓଡ଼ିଆ ଅଲିମ୍ପିଆନ୍ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁକୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ସରକାର । ଦୂତୀ ଦେଉଛନ୍ତି ଦେଶର ଦ୍ରୁତତମ ଧାବିକା । ଶହେ ମିଟର ରେସରେ ଜାତୀୟ ରେକର୍ଡର ଅଧିକାରିଣୀ । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ତଥା ଦେଶକୁ ମେଡାଲ୍ ଭେଟି ଦେଇଛନ୍ତି । ସେହିପରି ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କ ନାଁକୁ ଦ୍ରୋଣାଚାର୍ୟ୍ୟ ଓ ପୂର୍ବତନ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳଙ୍କ ନାଁକୁ ଧ୍ୟାନଚାନ୍ଦ ସମ୍ମାନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଏସୀୟ କ୍ରୀଡ଼ାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା…..