Report Card Odisha

| Daily Odia News

ରାଜଧାନୀରେ ମଦ୍ୟପ ଯୁବତୀଙ୍କ ହାଇ ଡ୍ରାମା…..

depressed man sit in underground road with beer and cigarette

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ବରେ ଜଣେ ଯୁବତୀ ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍‌ ଧରି ହାଇ ଡ୍ରାମା କରୁଥିବା ଦେଖିବାକୁ ମିଳିଛି । ଅଟୋ ଭିତରେ ବସି ବିୟର ବୋତଲ ଧରି ପିଉଥିଲେ। ଯୁବତୀଙ୍କୁ ଦେଖିଲେ ଲାଗୁଥିଲା କି ହାଇଫାଇ ପରିବାର | ଅଟୋରେ ବସି ବିୟର ପିଇ ଲୋକଙ୍କୁ ଜାଛାତା କଥା କହୁଛନ୍ତି । ଦେଖଣାହାରି ମଧ୍ୟ ମଦ୍ୟପ ଯୁବତୀଙ୍କ ଉନ୍ମୁତ୍ତ କାଣ୍ଡ ଦେଖିବାକୁ ଅଟକି ଯାଉଥାନ୍ତି | ଏଭଳି ଡ୍ରାମା ଦେଖିବାକୁ ମିଳିଛି ଭୁବନେଶ୍ବର ଖଣ୍ଡଗିରି ନିକଟରେ ଥିବା​‌ ଜୟଦେବ ବାଟିକା ରୋଡ୍‌ରେ | ଅଟୋ ଭିତରେ ବସି ସିଗାରେଟ୍‌ ସାଙ୍ଗକୁ ବିୟର ବୋତଲ ଟେକୁଥିଲେ । ଭିଡ ଜମିବାରୁ ପୋଲିସ ମଧ୍ୟ ପହଞ୍ଚିଥିଲା । ପଚରାଉଚରା ବେଳେ ପୋଲିସକୁ ମଧ୍ୟ ହାରକିନ୍‌ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ପଚରାଉଚରା କରିବା ସହିତ କେବଳ ଫାଇନ୍‌ କାଟି ଛାଡିଦେଇଥିବା ସୂଚନା ମିଳିଛି । ଏହା ସହିତ ଯୁବତୀ ଜଣକ ନିଜ ନାଁ, ବାପା-ମା’ ଙ୍କ ନାଁ ବି ନିର୍ଭୀକ ଭାବେ କହୁଛନ୍ତି । ସମ୍ଭ୍ରାନ୍ତ ପରିବାରର ଜଣାପଡୁଥିବା ଯୁବତୀ କେନ୍ଦ୍ରାପଡା ଅଞ୍ଚଳର ବୋଲି କହୁଥିବା ବେଳେ ପୋଲିସ ସାମ୍ନାରେ ମଧ୍ୟ ସିଗାରେଟ୍‌ ଧୂଆଁ ଉଡାଉଥିବା​‌ ଭିଡିଓରେ ଦେଖିବାକୁ ମିଳିଛି । ଏହା ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ପ୍ରବଳ ଭିଡ ଜମିଥିଲା ।

 

Breaking News