Report Card Odisha

| Daily Odia News

ରାଜନୀତି ରେ ପାଦଥାପିଲେ ସମାଜସେବୀଙ୍କ ପତ୍ନୀ ରିତା ପରିଡା……

ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପଡା ଗ୍ରାମ ପଞ୍ଚାୟତ l କାରଣ ଚଳିତ ନିର୍ବାଚନ ରେ ଏହି ପଞ୍ଚାୟତ ର ସମିତିସଭ୍ୟ ପଦଟି ମହିଳାଙ୍କ ଲାଗି ସରକ୍ଷିତ ରହିଥିବା ବେଳେ ଏଠାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ବ୍ଲକ ର ଜଣେ ଜଣାଶୁଣା ବ୍ୟବସାୟୀ ତାହା ସମାଜସେବୀ ଚିତ୍ରସେନ ପରିଡାଙ୍କ ପତ୍ନୀ ରିତା ପରିଡା l ରିତା ବସ ଚିହ୍ନରେ ଚଳିତ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି l ରିତା ଙ୍କ ସ୍ୱାମୀ ଚିତ୍ରସେନ ପୂର୍ବରୁ ଅଞ୍ଚଳରେ ବିଭିନ୍ନ ସମୟରେ ସମାଜସେବା କରି ଚର୍ଚ୍ଚାରେ ରହିଆସୁଥିଲେ l ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଙ୍କ ବିଭିନ୍ନ ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବର୍ତମାନ ସେ ରାଜନୀତି ପଦ ଥାପିଛନ୍ତି l ଚିତ୍ରସେନ ଆଶା ରଖିଛନ୍ତି ଚଳିତ ନିର୍ବାଚନରେ ପଞ୍ଚାୟତ ବାସୀ ତାଙ୍କ ଉପରେ ଆସ୍ଥା ରଖିଲେ ଅଞ୍ଚଳରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡିକର ସମାଧାନ କରିବା ସହିତ ଲୋକଙ୍କ ସୁଖରେ ଦୁଃଖରେ ରହିବା ଆହୁରି ସହଜ ହେବ l

 

Breaking News