Report Card Odisha

| Daily Odia News

ହସ୍ପିଟାଲ୍‌ରେ ରୋଗୀଙ୍କ ଦୁଷ୍କର୍ମ କଲା ନର୍ସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ଅଲ୍‌ୱାର୍‌ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣେ ୨୪ ବର୍ଷୀୟା ବିବାହିତା ମହିଳାଙ୍କ ସହିତ ଦୁଷ୍କର୍ମ କରି ଜଣେ ପୁରୁଷ ନର୍ସ ଗିରଫ ହୋଇଥିବା ଜଣାପଡିଛି। ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସା ହେଉଥିଲେ | ରାତି ପ୍ରାୟ ୩.୩୦ରେ ଅଭିଯୁକ୍ତ ନର୍ସ ଆଇସିୟୁରେ ପ୍ରବେଶ କରି ପରଦା ଟାଣି ଦେଇ ତାଙ୍କ ସମ୍ମୁଖରେ ଅଭଦ୍ରୋଚିତ କାର୍ଯ୍ୟ କଲେ। ପ୍ରତିବାଦ କରିବାରୁ ସେ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ତାଙ୍କ ସହିତ ଦୁଷ୍କର୍ମ କଲେ। ଏହି ଦୃଶ୍ୟ ଡାକ୍ତରଖାନାର ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି। ନର୍ସଜଣକ ସେ ମହିଳା ରୋଗୀଙ୍କ ପାଖକୁ ଯାଉଥିବା ଦୃଶ୍ୟ ସେଥିରେ ଦେଖାଯାଉଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ପୁରୁଷ ନର୍ସଙ୍କୁ ଗିରଫ କରି ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଜଣକ ସୋମବାର ଅପରାହ୍ଣରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କହିଛନ୍ତି ଯେ, ନର୍ସ ଉକ୍ତ ଇଞ୍ଜେକ୍‌ସନ୍‌ ଦେବାରୁ ସେ ଅଚେତ ହୋଇପଡ଼ିଲେ। ଚେତା ଫେରିବା ପରେ ଜାଣିଲେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଚିତ୍କାର କରିବାରୁ ଅଭିଯୁକ୍ତ ନର୍ସ ତାଙ୍କୁ ଆଉ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ପୁଣି ଦୁଷ୍କର୍ମ କରିବ ବୋଲି ଧମକ ଦେଲା। ତା’ପରେ ଜଣେ ମହିଳା ନର୍ସ ଆସିଲେ, କିନ୍ତୁ ସାହାଯ୍ୟ ନ କରି ଓଲଟି ତାଙ୍କୁ ଧମକ ଦେଲେ। ମହିଳାଜଣକ ସ୍ବାମୀଙ୍କୁ ଏକଥା କହିବା ପରେ ଥାନାରେ ଅଭିଯୋଗ ଗ୍ରହଣ କରାଯାଇଛି। ମହିଳାଙ୍କ ବୟାନକୁ ଆଧାର କରି ‘ଏଫ୍‌ଆଇଆର୍‌’ ପଞ୍ଜିକୃତ ହୋଇଛି ବୋଲି ତଦନ୍ତକାରୀ ଅଧିକାରୀ ରାଜପାଲ ସିଂହ କହିଛନ୍ତି।

Breaking News