Report Card Odisha

| Daily Odia News

ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରଜନୀକାନ୍ତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର୍ ରଜନୀକାନ୍ତ । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଏକ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ । ରଜନୀକାନ୍ତ ନିଜ ଘରକୁ ଯାଉଥିବା ବେଳର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଛନ୍ତି, “ଘରକୁ ଫେରିଆସିଛି” । ସୂଚନାଯୋଗ୍ୟ, ରଜନୀକାନ୍ତ ଅକ୍ଟୋବର ୨୮ ତାରିଖରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଜର ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, ଛାତିରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ Carotid Artery Revascularisation ସର୍ଜରୀ କରିବାକୁ ପରାମର୍ଶ କରିଥିଲେ ।

Breaking News