Report Card Odisha

| Daily Odia News

ଆପ୍‌ ରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜକୁମାର ଆନନ୍ଦ ନିଜ ପଦ ସହ ଦଳରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରରେ ସେ ଥିଲେ ମନ୍ତ୍ରୀ | ଆଜି ରାଜକୁମାର ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ କହିଛନ୍ତି, ଆମ୍ ଆଦମୀ ପାର୍ଟିରେ ଦଳିତ ବିଧାୟକ କିମ୍ବା କାଉନସିଲରଙ୍କର କୌଣସି ସମ୍ମାନ ନାହିଁ। ଦଳିତମାନଙ୍କୁ ପ୍ରମୁଖ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ। ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ। ସୂଚନାଯୋଗ୍ୟ, ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ରାଜ କୁମାର ଆନନ୍ଦଙ୍କୁ ୨୦୨୨ରେ କେଜ୍ରିୱାଲ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଥିଲା।

Breaking News