Report Card Odisha

| Daily Odia News

ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂ ମାମଲା:ଆଜି ଶୁଣାଣି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ। ଦଳର ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ।ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେଡି ହାଇକୋର୍ଟର ଦ୍ବାରସ୍ଥ ହୋଇଛି। ଏନେଇ ଦଳ ପକ୍ଷରୁ ଏକ ରିଟ୍‌ ପିଟିସନ ଦାଖଲ କରାଯାଇଛି। ଏହି ମାମଲାରେ ବାଚସ୍ପତିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ବିଜେଡି ୮ ବିଧାୟକଙ୍କ ବିରୋଧରେ ପଦକ୍ଷେପ ଦାବି କରିଥିଲା। ତେବେ ସେହି ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ। ଏହାପରେ ବିଜେଡି ଆଇନଗତ ପଦକ୍ଷେପ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛି।ଆଜିର ଶୁଣାଣିରେ ହାଇକୋର୍ଟ ଏହି ମାମଲା ସମ୍ପର୍କରେ କେଉଁ ଦିଗ ଉପରେ ବିଚାର କରୁଛନ୍ତି ଏବଂ ଆଗାମୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Breaking News