ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୯ ଟି ରାଜ୍ୟର ୧୨ ଟି ରାଜ୍ୟସଭା ଆସନରେ ସେପ୍ଟେମ୍ବର ୩ରେ ଉପନିର୍ବାଚନ ହେବ | ଏ ସମ୍ପର୍କରେ ଆଜି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ତ୍ରିପୁରା, ହରିୟାଣା ରାଜସ୍ଥାନ, ବିହାର, ତେଲେଙ୍ଗାନା ଏବଂ ଓଡିଶାରେ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରାଯିବ। ସେଥି ମଧ୍ୟରେ ମହାରାଷ୍ଟ୍ରର ୨ ଟି ଆସନ ଆସାମର ୨, ବିହାରର ୨ ତଥା ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡିଶା ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଖାଲି ପଡ଼ିଥିବା ଆସନରେ ଊପନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଭାରତର ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉପନିର୍ବାଚନ ପାଇଁ ୧୪ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଅଗଷ୍ଟ ୨୧ ରହିଛି। ସେହିପରି ଅଗଷ୍ଟ ୨୨ ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ୩ ସେପ୍ଟେମ୍ବରରେ ମତଦାନ ହେବ ଏବଂ ଫଳାଫଳ ସେହିଦିନ ଅର୍ଥାତ୍ ୩ ସେପ୍ଟେମ୍ବର ଅପରାହ୍ନ ୫ ଟା ସମୟରେ ଘୋଷଣା କରାଯିବ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ ଏବଂ ତ୍ରିପୁରା ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୬ ରହିଥିବାବେଳେ ହରିୟାଣା ରାଜସ୍ଥାନ, ବିହାର, ତେଲେଙ୍ଗାନା ଏବଂ ଓଡିଶା ଅଗଷ୍ଟ ୨୭ ରହିଛି। ସେପ୍ଟେମ୍ବର ୩ ରେ ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ଏବଂ ଭୋଟ୍ ଗଣନା ଅପରାହ୍ନ ୫ ଟାରୁ ହେବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….