ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବିଜେଡି ଟିକେଟ୍ରୁ ରାଜ୍ୟ ସଭାକୁ ଯାଇଥିବା ସୁଜିତ କୁମାର ରାଜ୍ୟ ସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏମ୍ପି ପଦରୁ ଇସ୍ତଫା ଦେବା ପରେ ପରେ ବିଜେଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ତାଙ୍କୁ ନିଲମ୍ବିତ କରିଥିଲେ। ଏହାପରେ ସେ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……