ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୬ ରାଜ୍ୟର ୧୩ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲରେ ଏହିସବୁ ଖାଲି ହେବାକୁ ଯାଉଛି। ଆଜି ନିର୍ବାଚନ ଆୟୋଗ କହିଛନ୍ତି, ଆସାମ, ହିମାଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ ଏବଂ ତ୍ରିପୁରାର ରାଜ୍ୟସଭା ସଦସ୍ୟମାନେ ଏପ୍ରିଲ ୨ରେ ଅବସର ନେଉଥିବା ବେଳେ ପଞ୍ଜାବର ପାଞ୍ଚଜଣ ସଦସ୍ୟ ଏପ୍ରିଲ ୯ ରେ ଅବସର ନେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନି ଏବଂ ଆନନ୍ଦ ଶର୍ମା ମଧ୍ୟ ଅବସର ନେଉଛନ୍ତି। ଅବସର ନେଉଥିବା ସଦସ୍ୟଙ୍କ ମଧ୍ୟରେ ଏ.କେ ଆଣ୍ଟୋନି (କେରଳ), ଆନନ୍ଦ ଶର୍ମା (ହିମାଚଳ ପ୍ରଦେଶ), ପ୍ରତାପ ସିଂ ବାଜୱା ଏବଂ ନରେଶ ଗୁଜରାଲ (ପଞ୍ଜାବ) ପ୍ରମୁଖ ଅଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟୋନି, ଶର୍ମା ଏବଂ ବାଜୱା କଂଗ୍ରେସର ହୋଇଥିବାବେଳେ ଗୁଜରାଲ ଶିରୋମଣି ଅକାଳୀ ଦଳର। ନିର୍ବାଚନ ଆୟୋଗ ଏକ ବିବୃତ୍ତିରେ କହିଛନ୍ତି, ଯେ ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୧୪ରେ ବିଜ୍ଞପ୍ତି ପ୍ରକାଶ ଏବଂ ମାର୍ଚ୍ଚ ୩୧ରେ ମତଦାନ ଅନୁଷ୍ଠିତ ହେବ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……