Report Card Odisha

| Daily Odia News

ଧାର୍ମିକ ଓ ତେଜସ୍ବୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : କୃଷି ବିଶେଷଜ୍ଞ ହୋଇପାରନ୍ତି। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ବଭାବର ହେବେ। ଯଶସ୍ବୀ ହେବେ। ସୁଖୀ ହେବେ।

ବୃଷ : ଯାନ-ବାହନ ସୁଖ ପ୍ରାପ୍ତ ହେବେ। ଜନସାଧାରଣଙ୍କ ହିତ ସାଧନ କରିପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ନିଜ ଗୁଣ, ଗରିମା ଓ ଭାଷା-ବ୍ୟବହାର ଦ୍ବାରା ଶତ୍ରୁକୁ ପଦାନତ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ।

କର୍କଟ : ବାଣିଜ୍ୟ କାରବାର ଉତ୍ସାହଜନକ ହେବ। ସମାଜସେବାକୁ ଆଦରି ନେଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅହଂ ଭାବକୁ ସମର୍ପଣ କିମ୍ବା ବିସର୍ଜନ କରିବେ।

ସିଂହ : ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

କନ୍ୟା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀ ଆଜ୍ଞାକାରିଣୀ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ।

ତୁଳା : ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିବ।

ବିଛା : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ଧନୁ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ।

ମକର : ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ପ୍ରାପ୍ତ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ : ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତବାସରେ କିଛି ସମୟ କଟାଇବାକୁ ଇଚ୍ଛା କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି। ଅତିଥି ସେବାରେ ବ୍ୟୟାଧିକ ହେବ।
ମୀନ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଧନ ପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିଷ ବିଦ୍ୟାରେ ରୁଚି ରହିବ।

Breaking News