ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଧବାର ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାନୀ ମୋର୍ଯ୍ୟ ନିଜ ପଦବରୁ ଇସ୍ତଫା ଦେଇଛନ୍ତି । ବେବି ରାନୀ ମୋର୍ଯ୍ୟ ନିଜ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି । ଚଳିତ ବର୍ଷ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ୩ ବର୍ଷ ପୁରା କରିଛନ୍ତି ବେବୀ ରାନୀ ମୋର୍ଯ୍ୟ । ତେବେ ଏଭଳି ଆକସ୍ମିକ ଭାବରେ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବେବୀ ରାନୀ ମୋର୍ଯ୍ୟଙ୍କୁ ବିଜେପି କିଛି ବଡ଼ ଦାୟିତ୍ୱ ମିଳିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଇସ୍ତଫା ଦେବା ପୂର୍ବରୁ ବେବୀ ରାନୀ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତେଣୁ ରାଜ୍ୟପାଳ ପଦବୀରୁ ଇସ୍ତଫା ପରେ ଉତ୍ତରପ୍ରଦେଶରେ ବେବୀ ରାନୀ ମୋର୍ଯ୍ୟଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……