ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୪ ହଜାର ପଡ଼ା ଗ୍ରାମ ପାଇବ ରାଜସ୍ୱ ଗାଁର ମାନ୍ୟତା । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ତେବେ ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ ।ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ। ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ପ୍ରାକୃତିକ ପ୍ରତିବନ୍ଧକ ଥିବା ପଡ଼ା ଗାଁକୁ ବି ରାଜସ୍ୱ ଗାଁ ମାନ୍ୟତା ମିଳିବ । ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ନୂଆ ଗାଁ ଦାବି ହୋଇଆସୁଥିଲା । ଜିଲ୍ଲାସ୍ତରରେ ପ୍ରାୟ ୩ ହଜାର ୫ଶହରୁ ଅଧିକ ପ୍ରସ୍ତାବ ବିଚାର ଅପେକ୍ଷାରେ ପଡ଼ି ରହିଥିଲା ।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..