ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ ସଂକ୍ରମଣ ହାର ଦ୍ରୁତଗତିରେ ହ୍ରାସପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୯୮ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪ ଜଣ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୮, ବାଲେଶ୍ୱର ୩୬, ବରଗଡ ୮, ଭଦ୍ରକ ୪୭, ବଲାଙ୍ଗୀର ୪, ବଉଦ ୨, କଟକ ୧୫୪ ଏବଂ ଦେବଗଡ ଜିଲାରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳରୁ ୨୫, ଗଜପତି ୬, ଗଞ୍ଜାମ ୮, ଜଗତସିଂହପୁର ୮୨, ଯାଜପୁର ୪୩, ଝାରସୁଗୁଡା ୩, କଳାହାଣ୍ଡି ୬, କନ୍ଧମାଳ ୧୦, କେନ୍ଦ୍ରାପଡା ୧୮, କେନ୍ଦୁଝର ୨୩ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨୩୭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟରୁ ୯, ମାଲକାନଗିରି ୬, ମୟୁରଭଞ୍ଜ ୨୦, ନବରଙ୍ଗପୁର ୬, ନୟାଗଡ ୩୦, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୯, ସୋନପୁର ୧୦, ସୁନ୍ଦରଗଡ ୨୩ ଏବଂ ଷ୍ଟେଟପୁଲରୁ ୫୦ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୫୦୫୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।
More Stories
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ…..