ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୭୬ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୫ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୫, ବାଲେଶ୍ୱର ୧୮, ବରଗଡ ୩, ଭଦ୍ରକ ୧୦ ଓ କଟକରେ ୪୬ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୩, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୧ ଓ କେନ୍ଦ୍ରାପଡାରେ ୬ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୧, ଖୋର୍ଦ୍ଧା ୧୭୯, ମାଲକାନଗିରି ୧, ମୟୁରଭଞ୍ଜ ୧୮, ନୟାଗଡରେ ୮ ଚିହ୍ନଟ ହୋଇଛନ୍ତି। ସେହିଭଳି ନୂଆପଡାରେ ୪, ପୁରୀ ୧୫, ରାୟଗଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୯, ସୁନ୍ଦରଗଡ ୬, ଷ୍ଟେଟପୁଲରରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି। ଦିନକରେ ୬୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୬୨୯୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ସେହିପରି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୦୮କୁ ବୃଦ୍ଧି ପାଇଛି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..