ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଅନୁଗୁଳ ଜିଲ୍ଲାରୁ ୧୯, ବାଲେଶ୍ୱର ୪୮, ବରଗଡ ୧୫, ଭଦ୍ରକ ୯, ବଉଦ ୧ ଏବଂ କଟକ ଜିଲ୍ଲାରୁ ୧୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଦେବଗଡରୁ ୯, ଢେଙ୍କାନାଳ ୧୪, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୪୨ ଏବଂ ଯାଜପୁରରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡାରୁ ୧, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୪, କେନ୍ଦୁଝର ୮ ଏବଂ ଖୋର୍ଦ୍ଧା ଜିଲାରୁ ୩୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କୋରାପୁଟରୁ ୫, ମାଲକାନଗିରି ୨, ମୟୁରଭଞ୍ଜ ୨୬, ନୟାଗଡ ୧୯, ନୂଆପଡା ୧, ପୁରୀ ୨୨, ରାୟଗଡା ୨, ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୬୫ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ରାଜ୍ୟରେ ୭୨୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨୮୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..