Report Card Odisha

| Daily Odia News

ରାଜ୍ୟରେ ଆଜି ୪୩୩ କରୋନା ଆକ୍ରାନ୍ତ ଚିହ୍ନଟ,୪ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି | ଦିନେ କମିଲେ ଦିନେ ବଢୁଛି | ରାଜ୍ୟରେ ଆଜି ୪୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୮୧ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୪ ଜଣ ରହିଥିବା ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱର ୮, ବରଗଡ ୬, ଭଦ୍ରକ ୭, ବଲାଙ୍ଗିର ୧ ଓ କଟକରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୮, ଢେଙ୍କାନାଳ ୧, ଗଞ୍ଜାମ ୨, ଜଗତସିଂହପୁର ୧୪, ଯାଜପୁର ୮, ଝାରସୁଗୁଡା ୧, କଳାହାଣ୍ଡି ୨ ଓ କେନ୍ଦ୍ରାପଡାରୁ ୧୧ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୨୦୭, ମୟୁରଭଞ୍ଜ ୧୫, ନୟାଗଡ ୪, ନୂଆପଡା ୯, ପୁରୀ ୮, ରାୟଗଡା ୨, ସମ୍ବଲପୁର ୧୭, ସୋନପୁର ୧, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୪୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୩୬୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୪୬୨୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଜଗତସିଂହପୁରରେ ଜଣେ ଲେଖାଏଁ ଏବଂ ମୟୁରଭଞ୍ଜରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ପରି ୪ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ରହିଛନ୍ତି ।

 

Breaking News