Report Card Odisha

| Daily Odia News

ରାଜ୍ୟରେ ଆଜିବି ୨ ହଜାର ତଳେ ରହିଛି କରୋନା ସଂକ୍ରମଣ ସଂଖ୍ୟା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୧୬୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ ଜଣ ରହିଥିବା ଜଣାଯାଇଛି। ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୦୮୧୪ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିବାହାଗ ପକ୍ଷରୁ ସୂଚନା ମିଳିଛି | ଆଜି ଚହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୪, ବାଲେଶ୍ୱର ୯୩, ବରଗଡ ୧୧, ଭଦ୍ରକ ୭୬ ଏବଂ ବଲାଙ୍ଗିରରୁ ୫ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ବଉଦ ଜିଲାରୁ ୨, କଟକ ୧୬୦, ଦେବଗଡ ୯, ଢେଙ୍କାନାଳ ୩୯, ଗଜପତି ୨, ଗଞ୍ଜାମ ୮ ଓ ଜଗତସିଂହପୁର ଜିଲ୍ଲାରୁ ୬୭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସହିତ ଯାଜପୁର ଜିଲ୍ଲାରୁ ୮୪, ଝାରସୁଗୁଡା ୫, କଳାହାଣ୍ଡି ୫, କନ୍ଧମାଳ ୧୬, କେନ୍ଦ୍ରାପଡା ୪୭ ଏବଂ କେନ୍ଦୁଝରରୁ ୨୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୩୨, କୋରାପୁଟ ୪, ମାଲକାନଗିରି ୫, ମୟୁରଭଞ୍ଜ ୫୩, ନବରଙ୍ଗପୁର ୬, ନୟାଗଡ ୩୮, ନୂଆପଡା ୧୦, ପୁରୀ ୯୬, ରାୟଗଡା ୧୨, ସମ୍ବଲପୁର ୧୪, ସୋନପୁର ୨୨, ସୁନ୍ଦରଗଡ ୨୨ ଏବଂ ଷ୍ଟେଟପୁଲରୁ ୧୧୩ ଚିହ୍ନଟ ହୋଇଥିବା ଜଣାଯାଇଛି।

 

 

Breaking News