ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଜୁଲାଇ ମାସର ଗାଇଡ୍ ଲାଇନ୍କୁ କିଛି କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ୩୦ଟି ଜିଲ୍ଲାକୁ ୨ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । A- କ୍ୟାଟେଗୋରୀରେ ୨୦ଟି ଜିଲ୍ଲା ରହିଥିବା ବେଳେ , ସଂକ୍ରମଣ ୫ ପ୍ରତିଶରୁ ଅଧିକ ଥିବା ୧୦ ଜିଲ୍ଲା କୁ B କ୍ୟାଟେଗୋରୀରେ ରଖାଯାଇଛି | A- କ୍ୟାଟେଗୋରୀରେ ୨୦ଟି ଜିଲ୍ଲା ଭିତରେ ବସ୍ ଚଳାଚଳ କରିବା ନେଇ ଅନୁମତି ମିଳିଛି । ତେବେ ବସ୍ ଚଳାଚଳକୁ ଅନୁମତି ମିଳିବା ପରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ । ପରିବହନ ବିଭାଗ ତରଫରୁ ଆରଟିଓ ଏବଂ ବସ୍ ସଂଘଗୁଡିକୁ ଗାଇଡ୍ ଲାଇନ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବସ୍ ରେ ସିଟ୍ କ୍ଷମତା ଅନୁଯାୟୀ ଲୋକ ବସିବେ । ସେହିଭଳି ଯାତ୍ରୀ ଏବଂ ବସ୍ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ବସକୁ ପ୍ରତ୍ୟେକ ଦିନ ସାନିଟାଇଜ୍ କରାଯିବ । କିନ୍ତୁ B- କ୍ୟାଟେଗୋରୀରେ ଥିବା ଜିଲ୍ଲାଗୁଡିକରେ କୌଣସି ବସ୍ ଚଳାଚଳ କରିପାରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….