ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରଙ୍କୁ ସମ୍ବୋଧିତ କରିଛନ୍ତି। କହିଛନ୍ତି ଯେ, ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ଏକ ରୂପ କୁହାଯାଏ, ଦ୍ଵିତୀୟ ଭାଗବାନ | ୧୩୦ କୋଟି ଭାରତୀୟଙ୍କ ତରଫରୁ ମୁଁ ଦେଶର ସମସ୍ତ ଡାକ୍ତରଙ୍କୁ କୃତଜ୍ଞତା ଜଣାଉଛି। କରୋନା ଭଳି ମହାମାରୀ ସମୟରେ ଯୋଦ୍ଧା କାର୍ଯ୍ୟ କରିବାବେଳେ ଦେଶର ଅନେକ ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି। ମୁଁ ସେମାନଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଯେତେବେଳେ ଦେଶ କରୋନା ବିରୋଧରେ ଏତେ ବଡ ଯୁଦ୍ଧ କରୁଛି, ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଚଳିତ ବର୍ଷ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ଆବଣ୍ଟନ ଦ୍ୱିଗୁଣିତ ହୋଇଛି ଅର୍ଥାତ୍ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ। ସ୍ବାସ୍ଥ୍ୟ କ୍ଷେତ୍ରର ଅଭାବ ଥିବା କ୍ଷେତ୍ରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଆମେ ୫୦,୦୦୦ କୋଟି ଟଙ୍କାର କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ। ମୋଦି କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ, ଦେଶରେ କେବଳ ୬ ଏମ୍ସ ଥିଲା, ଏହି ୭ ବର୍ଷରେ ୧୫ ନୂତନ ଏମ୍ସର କାର୍ଯ୍ୟ ଆରମ୍ଭ ହୋଇଛି । ମେଡିକାଲ କଲେଜ ସଂଖ୍ୟା ମଧ୍ୟ ପ୍ରାୟ ଦେଢ ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି |
More Stories
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….
ଧର୍ମଶାଳା ଏବିଡିଓ ଗିରଫ…..
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….