ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୨୨୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୧୫ ଏବଂ ସ୍ଥାନୀୟ ସଂକ୍ରମିତ ୯୬୭ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩୯୭୫୧କୁ ବୃଦ୍ଧି ପାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୮୯, ବାଲେଶ୍ୱର ୧୪୬, ମୟୁରଭଞ୍ଜରୁ ୧୪୧ ଓ ଯାଜପୁର ୧୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୬୧, ବରଗଡରୁ ୧୭, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୯, ବୌଦ୍ଧରୁ ୧୦, ଦେବଗଡରୁ ୬, ଢେଙ୍କାନାଳରୁ ୫୫, ଗଜପତିରୁ ୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୩, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୬୨, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦ ଏବଂ ମାଲକାନଗିରିରୁ ୩୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି| ଦିନକ ମଧ୍ୟରେ ନବରଙ୍ଗପୁରରୁ ୧୨, ନୟାଗଡରୁ ୮୩, ନୂଆପଡାରୁ ୨, ପୁରୀରୁ ୧୨୭, ରାୟଗଡାରୁ ୧୫, ସମ୍ବଲପୁରରୁ ୧୮, ସୋନପୁରରୁ ୭, ସୁନ୍ଦରଗଡରୁ ୬୭ ଓ ଷ୍ଟେଟପୁଲରୁ ୧୧୭ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ଗୋଟିଏ ଦିନରେ ୩୨୨୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯୦୯୬୩୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଓଡ଼ିଶାରେ ୨୫୪୬୨ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……