ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶିକ୍ଷାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି | ପ୍ରଥମ ଥର ଲାଗି ରାଜ୍ୟରେ ପ୍ରାୟ ୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକକାଳୀନ ନିଯୁକ୍ତି ଦିଆଯିବ। ହାଇସ୍କୁଲଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି ।ପ୍ରବେଶିକା ପରୀକ୍ଷା ସମାପ୍ତ ହେବା ପରେ ଫଳ ପ୍ରକାଶ ପରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ନେଇ ବିଭାଗ ପକ୍ଷରୁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫-ଟି ଅଧୀନରେ ରୂପାନ୍ତରୀଣ ହୋଇଥିବା ସ୍କୁଲଗୁଡ଼ିକରେ ଖାଲିଥିବା ଟିଜିଟି ସାଇନ୍ସ ଓ ଆର୍ଟ୍ସ, ହିନ୍ଦି, ସଂସ୍କୃତ, ପିଇଟି, ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ । ଚଳିତ ମାସ ଶେଷ ସୁଦ୍ଧା ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି ଜଣାପଡିଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..