Report Card Odisha

| Daily Odia News

ରାଜ୍ୟରେ ପୁଣି ବଢ଼ିଲା ଦୈନିକ କରୋନା ସଂକ୍ରମଣ,୧୦୪୧ ସଂକ୍ରମିତ ଚିହ୍ନଟ,୬୪ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରୁ ଆଉ ୬୪ ଜଣ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି। ଅନୁଗୁଳ- ୫୭, ବାଲେଶ୍ୱର- ୨୩, ବରଗଡ଼- ୩, ଭଦ୍ରକ- ୧୫, ବଲାଙ୍ଗିର- ୧, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ଢେଙ୍କାନାଳ- ୧୦, ଗଜପତି- ୩, ଗଂଜାମ- ୧୧, ଜଗତସିଂହପୁର- ୮୧, ଯାଜପୁର- ୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୫, କନ୍ଧମାଳ- ୫, କେନ୍ଦ୍ରାପଡ଼ା- ୨୮, କେନ୍ଦୁଝର- ୧୭, ଖୋର୍ଦ୍ଧା- ୩୮୩, କୋରାପୁଟ- ୫, ମାଲକାନଗିରିି- ୩, ମୟୂରଭଞ୍ଜ- ୨୮, ନବରଂଗପୁର- ୨, ନୟାଗଡ଼- ୨୮, ନୂଆପଡ଼ା- ୨, ପୁରୀ- ୩୪, ରାୟଗଡ଼ା- ୨୬, ସମ୍ବଲପୁର- ୯, ସୁନ୍ଦରଗଡ଼- ୫, ଷ୍ଟେଟପୁଲ- ୮୧ ପଜିଟିଭ ଚିହ୍ନ ହୋଇଛନ୍ତି। ୬୪ ଜଣ ମୃତକଙ୍କ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ ରହିଛନ୍ତି । କଟକ, ଯାଜପୁର, ମୟୁରଭଞ୍ଜ, ନୟାଗଡ଼, ପୁରୀ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା ୨ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର , ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News