ରିପୋର୍ଟ କାର୍ଡ / ବଲାଙ୍ଗିର
ଗୁରୁବାର ବଲାଙ୍ଗିର ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତର କାଦୋବେଡା ଗାଁରେ । ଗତକାଲି ରାତିରେ ୬୦ ବର୍ଷୀୟ ରିଚେକ ବନଛୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ରିଚେକ୍ ବନଛୋର ଜଣେ ଭାଗଚାଷୀ । ଧାର କରଜ କରି ଉଭୟ ଧାନ ଓ କପା ଚାଷ କରିଥିଲେ । ବର୍ଷା ଅଭାବରୁ ଚିନ୍ତାରେ ଥିଲେ। କପା ଚାଷ କରିଥିବାରୁ ମହାଜନ ଠାରୁ ଉଭୟ କପା ମଞ୍ଜି ,ସାର,କିଟନାଶକ ଉଧାରି ଆଣିଥିଲେ। କିନ୍ତୁ ବର୍ଷା ଅଭାବ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ପବିତ୍ର ବନଛୋର ଅଭିଯୋଗ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ରଖାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..