ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି | ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମ ହେଉଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା ରହିଛି। ସଂକ୍ରମଣ ରୋକିବାକୁ ଏବେ ଲକଡାଉନ ଓ ଅନଲକ୍ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି। ସେ କହିଛନ୍ତି ଯେ ଏହାକୁ ନେଇ ଲୋକ ମାନେ ସଚେତନ ହେବାର ଆବଶ୍ୟକତା ରହିଛି। ସଂକ୍ରମିତଙ୍କ ସଂଖ୍ୟା ଆଗକୁ କମିବ ବୋଲି ଆଶା ରହିଛି ସତ, ହେଲେ ତାହା କେବଳ ଲୋକଙ୍କ ବ୍ୟବହାର ପରେ ନିର୍ଭର କରେ। ଲୋକ ସଚେତନ ରହିବା ଆବଶ୍ୟକ। ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ। ଭାଇରସର ବହୁତ ମ୍ୟୁଟାଂଟ ରହିଛି। ସେଥିରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ ବୋଲି ଡାକ୍ତର ମହାନ୍ତି କହିଛନ୍ତି।






More Stories
ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର…..
ସହିଦନଗର ଗଣଦୁଷ୍କର୍ମକୁ ନେଇ ନବୀନଙ୍କ ଉଦବେଗ…..
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..