Report Card Odisha

| Daily Odia News

ରାଜ୍ୟରେ ଟିକା ଅଭାବ, ୧୧ ଜିଲ୍ଲାରେ ଟିକାକରଣ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୁଣି ଟିକାର ଅଭାବ ଦେଖାଦେଇଛି । ଆଜି ୧୧ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି | ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ବୁଧବାର ଟିକାକରଣ ହେବ ନାହିଁ । ରାଜ୍ୟରେ କେବଳ ୨୧୦ କେନ୍ଦ୍ରରେ ଦିଆଯିବ ଟିକା । କୋଭିସିଲ୍ଡ ଟିକା ମହଜୁଦ ନଥିବାରୁ ଟିକାକରଣ ବନ୍ଦ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏବେ ମାତ୍ର ୩୮ହଜାର ୩୮୦ ଡୋଜ୍ କୋଭିସିଲ୍ଡ ଟିକା ଅଛି । ଜୁଲାଇ ୨ ତାରିଖରେ ରାଜ୍ୟକୁ କୋଭିସିଲ୍ଡ ଟିକା ମିଳିବା ସମ୍ଭାବନା ରହିଛି । ଦୁଇ ଦିନ ପୂର୍ବରୁ ତୁରନ୍ତ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

Breaking News