Report Card Odisha

| Daily Odia News

ରାକ୍ଷୀଙ୍କୁ ଛାଡ଼ି ବାକୁ ଧମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱାନ୍ତଙ୍କ ପୁରୁଷବନ୍ଧୁ ଆଦିଲ ଦୁରାନୀଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ରାକ୍ଷୀ ଓ ଆଦିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କହିଛନ୍ତି ଯେ, ବିଷ୍ଣୋଇ ଗ୍ୟାଙ୍ଗ୍‌ର ଲୋକମାନେ ଆଦିଲଙ୍କୁ ରାକ୍ଷୀଙ୍କଠାରୁ ଦୂରେଇ ଯିବାକୁ କହିଛନ୍ତି। ତାଙ୍କ ଫୋନ୍‌କୁ ମେସେଜ୍‌ ଆସିଛି, ଯେଉଁଥିରେ ଲେଖା ହୋଇଛି ଯଦି ଆଦିଲ୍‌ ରାକ୍ଷୀଙ୍କୁ ନଛାଡ଼ନ୍ତି ତାହେଲେ ସେମାନେ ତାଙ୍କୁ ମାରିଦେବେ। ଧମକ ମିଳିବା ପରେ ଉଭୟ ଏନେଇ ପୋଲିସକୁ ଜଣାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ରାକ୍ଷୀ କହିଛନ୍ତି, ‘‘ଆଦିଲ ତାଙ୍କ ଜୀବନ ରକ୍ଷା କରିଛନ୍ତି ଏବଂ ସେ ତାଙ୍କୁ ବହୁତ ଭଲ ପାଆନ୍ତି। ସେ ଆହୁରି କହିଛନ୍ତି, କ’ଣ ଭଲପାଇବା ଅପରାଧ | କ’ଣ ହେଲା ଯଦି ମୁଁ ହିନ୍ଦୁ ଓ ସେ ମୁସଲମାନ ହେଲେ। ଆମେ ଧର୍ମରେ ବିଶ୍ବାସ କରୁନା। ଆମେ ପରସ୍ପରକୁ ଭଲପାଉଛୁ, ଆମେ କାହାର କ’ଣ ବିଗାଡ଼ିଛୁ। ଧମକ ଦେବା ବନ୍ଦ କର, ଆଦିଲ ମୋ ଜୀବନ। ପ୍ରଥମେ ମୋତେ ମାରିଦିଅ।’’

Breaking News