ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳର ନବନିର୍ବାଚିତ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାର୍କି ତାଙ୍କୁ ଶପଥ ପାଠ କରାଇଛନ୍ତି। ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପୌଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି। ମାର୍ଚ୍ଚ ୯ ତାରିଖରେ ପୌଡେଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ନେପାଳୀ କଂଗ୍ରେସ ଓ ସିପିଏନ (ମାଓଇଷ୍ଟ) ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ପୌଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଥିଲେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..